Jump to content

ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ

ଉଇକିପିଡ଼ିଆ‌ରୁ
Atrial septal defect
Illustration of an atrial septal defect.
ଉଚ୍ଚାରଣ
  • EY-tree-uhl SEP-tuhl DEE-fekt[]
ବିଭାଗCardiac surgery
ଲକ୍ଷଣNone, poor ability to exercise, [shortness of breath]][]
ଆକ୍ରାନ୍ତ ସମୟPresent at birth[]
କାରଣGenerally unknown[]
ବିପଦ କାରକDown syndrome infection with rubella during pregnancy, exposure to alcohol or cocaine during pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound of the heart[]
ସଠିକ ରୋଗ ନିର୍ଣ୍ଣୟVentricular septal defect, truncus arteriosus, total anomalous pulmonary venous return[]
ଚିକିତ୍ସାObservation, surgery[]
ପୁନଃପୌନିକ16 per 10,000 newborns[]

ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ (ଇଂରାଜୀ ଭାଷାରେ Atrial septal/ ASD) ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେଉଁଥିରେ ଦୁଇ ଆଟ୍ରିଅମ ମଧ୍ୟରେ ଥିବା କାନ୍ଥ ବା ସେପ୍ଟମରେ ଗୋଟିଏ ଛିଦ୍ର ଥାଏ । [] ସାଧାରଣତଃ ଏହାର କୌଣସି ଲକ୍ଷଣ ନଥାଏ, ଯଦିଓ ବ୍ୟାୟାମ କରିବାର କ୍ଷମତା କମ୍ ଥାଏ ଏବଂ ପରବର୍ତ୍ତୀ ଜୀବନରେ ଅଣନିଶ୍ୱାସ ହୋଇପାରେ | [] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ଅନିୟମିତ ହୃତ୍ ସ୍ପନ୍ଦନ, ପଲମୋନାରି ହାଇପରଟେନସନ ଏବଂ ହୃଦ୍‌ପାତ ହୋଇପାରେ[]

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [] ସଙ୍କଟ କାରକ ମଧ୍ୟରେ କେତେକ ଜେନେଟିକ ସିଣ୍ଡ୍ରୋମ ଯେପରିକି ଡାଉନ୍ ସିଣ୍ଡ୍ରୋମ, ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ ଏବଂ ଗର୍ଭାବସ୍ଥାରେ ମଦ୍ୟପାନ କିମ୍ବା କୋକେନର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [] ସାଧାରଣତଃ ଶିଶୁର ଆଦ୍ୟ ବିକାଶ ସମୟରେ ହୃତ୍‌ପିଣ୍ଡର ଉପରିସ୍ଥ କେଠାରୀଗୁଡ଼ିକ ମଧ୍ୟରେ ଏକ ଛିଦ୍ର ଥାଏ ଯାହା ସାଧାରଣତଃ ଗର୍ଭ ସମୟରେ କିମ୍ବା ଜନ୍ମ ପରେ ପରେ ବନ୍ଦ ହୋଇଯାଏ । [] ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରି ଏହି ଅବସ୍ଥା ନିର୍ଣ୍ଣୟ କରାଯାଏ | [] ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ ସ୍ୱତନ୍ତ୍ର ଭାବରେ ବା ଅନ୍ୟାନ୍ୟ ତୃଟି ସ‌ହିତ ଥାଏ | []

ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟର ଆକାର ଛୋଟ (୫ ମିମିରୁ କମ୍) ଥିଲେ ସାଧାରଣତଃ ବାଲ୍ୟକାଳରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯାଏ | [] ସ୍ୱତଃପ୍ରବୃତ୍ତ ଭାବରେ ବଡ଼ ତ୍ରୁଟି ବନ୍ଦ ହୁଏ ନାହିଁ ଓ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [] ପ୍ରତି ୧୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୧୬ ଜଣଙ୍କର ଏହି ତୃଟି ଥିବା ପରିଲକ୍ଷିତ ହୁଏ | [] ଏହାର ପ୍ରାରମ୍ଭିକ ବର୍ଣ୍ଣନା ଲିଓନାର୍ଡୋ ଦା ଭିନ୍‌ସି (୧୪୫୨-୧୫୧୯) କରିଥିଲେ | []  

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Congenital Heart Defects - Facts about Atrial Septal Defects | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 19 November 2019. Retrieved 6 February 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Menillo, AM; Lee, LS; Pearson-Shaver, AL (January 2020). "Atrial Septal Defect". PMID 30571061. {{cite journal}}: Cite journal requires |journal= (help)
  3. "Congenital Heart Defects | NHLBI, NIH". www.nhlbi.nih.gov. Retrieved 6 February 2021.
  4. Freedom, Robert M.; Yoo, Shi-joon; Mikailian, Haverj; Williams, William G. (2008). The Natural and Modified History of Congenital Heart Disease (in ଇଂରାଜୀ). John Wiley & Sons. p. 31. ISBN 978-0-470-98689-9.
  5. Freedom, Robert M.; Yoo, Shi-joon; Mikailian, Haverj; Williams, William G. (2008). The Natural and Modified History of Congenital Heart Disease (in ଇଂରାଜୀ). John Wiley & Sons. p. 31. ISBN 978-0-470-98689-9.