Jump to content

ପାଏଲୋନେଫ୍ରାଇଟିସ

ଉଇକିପିଡ଼ିଆ‌ରୁ
ପାଏଲୋନେଫ୍ରାଇଟିସ (Pyelonephritis)
ବୃକ୍‌କ ସଂକ୍ରମଣ (Kidney infection)[]
A color photomicrograph, demonstrating macrophages and giant cells in a case of xanthogranulomatous pyelonephritis.
ଏକ ଜାନ୍ଥୋଗ୍ରାନୁଲୋମାଟସ ପାଏଲୋନେଫ୍ରାଇଟିସ ରୋଗୀର ସ୍ଲାଇଡରେ ସିଡି୬୮ (CD68) ଇମ୍ମ୍ୟୁନୋସ୍ଟେନିଙ୍ଗ (immunostaining) ଥିବା ମାଇକ୍ରୋଗ୍ରାଫ (photomicrograph) ଚିତ୍ରରେ ମାକ୍ରୋଫେଜ (macrophage) ଓ ଜାଏଣ୍ଟ ସେଲ (giant cell) ଦେଖାଯାଉଛନ୍ତି ।
ଉଚ୍ଚାରଣ
ବିଭାଗ(Urology), (nephrology)
ଲକ୍ଷଣଜ୍ୱର, ଅଣ୍ଟା ଦରଜ (flank tenderness), ଅଇ (nausea), ଡିସୟୁରିଆ (burning with urination), ବାରମ୍ବାର ପରିସ୍ରା ହେବା (frequent urination)[]
କାରଣଜୀବାଣୁ ସଂକ୍ରମଣ (Bacterial infection)[]
ବିପଦ କାରକଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବ‌ହାର । [][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ପରିସ୍ରା ପରୀକ୍ଷା (urinalysis)[]
ସଠିକ ରୋଗ ନିର୍ଣ୍ଣୟଆପେଣ୍ଡିସାଇଟିସ, ଡାଇଭର୍ଟିକୁଲାଇଟିସ୍, ଏଣ୍ଡୋମେଟ୍ରିଓସିସ, ପେଲଭିସ ପ୍ରଦାହ ରୋଗ, ବୃକ୍‌କ ପଥର ରୋଗ[]
ପ୍ରତିକାରଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ, ଯଥେଷ୍ଟ ତରଳ ପଦାର୍ଥ ପିଇବା []
ଔଷଧଆଣ୍ଟିବାୟୋଟିକ - ସିପ୍ରୋଫ୍ଲୋକ୍‌ସାସିନ୍, ସେଫଟ୍ରାଇଆକ୍ସୋନ[]
ପୁନଃପୌନିକସାଧାରଣ[]

ପାଏଲୋନେଫ୍ରାଇଟିସ (ଇଂରାଜୀ ଭାଷାରେ Pyelonephritis) ଏକ ରୋଗ ଯେଉଁଥିରେ ବୃକ୍‌କ (kidney) ଜୀବାଣୁଦ୍ୱାରା ସଂକ୍ରମିତ (bacterial infection) ହୋଇଥାଏ ।[] ସାଧାରଣତଃ ଜ୍ୱର ଓ ଅଣ୍ଟା ଦରଜ (flank tenderness) ହୋଇ ରୋଗ ଆରମ୍ଭ ହୁଏ ।[] ଏହା ବ୍ୟତୀତ ଅଇ (nausea), ଡିସୟୁରିଆ ବା ପରିସ୍ରା କଲାବେଳ ପୋଡ଼ାଜଳା (burning with urination), ବାରମ୍ବାର ପରିସ୍ରା ହେବା (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[] ରୋଗ ଜଟିଳ ହେଲେ ପାଏଲୋନେଫ୍ରାଇଟସି, ସେପ୍ସିସ, ବା ବୃକ୍‌କ ଅକାମୀ (kidney failure) ହୋଇଯାଏ ।[]

ସ୍ୱାଭାବିକ ଭାବରେ ଏହି ରୋଗ ଇକୋଲାଇ (Escherichia coli) ଜୀବାଣୁଦ୍ୱାରା ହୁଏ । [] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବ‌ହାର ଇତ୍ୟାଦି କାରକମାନଙ୍କର ଅବଦାନ ଥାଏ ।[][] ଜୀବାଣୁ ସାଧାରଣତଃ ମୂତ୍ର ପ୍ରଣାଳୀରେ (urinary tract) ନିମ୍ନରୁ ଉର୍ଦ୍ଧକୁ ସଂକ୍ରମଣ ଗତିକରେ ।[] ରକ୍ତସ୍ରୋତ ମାଧ୍ୟମରେ ମଧ୍ୟ ଏହି ରୋଗ ସଞ୍ଚାରିତ ହୋଇପାରେ ।[] ରୋଗ ଲକ୍ଷଣ ଅନୁଶୀଳନ ଓ ପରିସ୍ରା ପରୀକ୍ଷା (urinalysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[] ଚିକିତ୍ସାରେ ଉନ୍ନତି ନହେଲେ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[]

ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ ଓ ଯଥେଷ୍ଟ ତରଳ ପଦାର୍ଥ ପାନ କଲେ ଏ ରୋଗର ପ୍ରତିରୋଧ ହେବା ସମ୍ଭାବନା ରହିବ । [] ରୋଗ ନିର୍ଣ୍ଣୟ ହୋଇଗଲେ ସିପ୍ରୋଫ୍ଲୋକ୍‌ସାସିନ୍ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[][] ରୋଗ ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ଆଡମିସନ ଆବଶ୍ୟକ ହୁଏ ।[] ରୋଗୀର ମୂତ୍ର ପ୍ରଣାଳୀରେ ଗଠନ ସମସ୍ୟା ବା ବୃକ୍‌କ ପଥର ରୋଗ ଥିଲେ ଅପରେଶନ ଆବଶ୍ୟକ ହୁଏ । [][]

ବୃକ୍‌କ ସମ୍ବନ୍ଧୀୟ ରୋଗମାନଙ୍କ ମଧ୍ୟରେ ପାଏଲୋନେଫ୍ରାଇଟିସ ଏକ ସାଧାରଣ ରୋଗ ।[] ପ୍ରତି ବର୍ଷ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ୧-୨ ମହିଳା ଓ ଏକ ହଜାର ପୁରୁଷଙ୍କ ମଧ୍ୟରୁ ୦.୫ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଅଳ୍ପ ତ‌ଥା ଅତି ବୟସ୍କ ଲୋକ ମଧ୍ୟ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ନବ ଯୁବକମାନେ ସାଧାରଣତଃ ଚିକିତ୍ସାରେ ସୁଫଳ ପାଆନ୍ତି ।[][] ୬୫ ବର୍ଷ ବୟସ ପରେ ରୋଗ ହେଲେ ପ୍ରାୟ ୪୦% ରୋଗୀଙ୍କର ମୃତ୍ୟୁ ହୁଏ ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ ୧.୩ ୧.୪ "Kidney Infection (Pyelonephritis)". NIDDK. April 2017. Archived from the original on 4 October 2017. Retrieved 30 October 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Colgan, R; Williams, M; Johnson, JR (1 September 2011). "Diagnosis and treatment of acute pyelonephritis in women". American Family Physician. 84 (5): 519–26. PMID 21888302.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Lippincott's Guide to Infectious Diseases (in ଇଂରାଜୀ). Lippincott Williams & Wilkins. 2011. p. 258. ISBN 9781605479750. Archived from the original on 2017-11-05.
  4. ୪.୦ ୪.୧ "Antibiotic therapy for acute uncomplicated pyelonephritis in women. Take resistance into account". Prescrire International. 23 (155): 296–300. December 2014. PMID 25629148.
  5. ୫.୦ ୫.୧ ୫.୨ ୫.୩ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1097. ISBN 9780323529570. Archived from the original on 2017-11-05.
  6. Gupta, K; Hooton, TM; Naber, KG; Wullt, B; Colgan, R; Miller, LG; Moran, GJ; Nicolle, LE; Raz, R; Schaeffer, AJ; Soper, DE; Infectious Diseases Society of, America.; European Society for Microbiology and Infectious, Diseases. (1 March 2011). "International clinical practice guidelines for the treatment of acute uncomplicated cystitis and pyelonephritis in women: A 2010 update by the Infectious Diseases Society of America and the European Society for Microbiology and Infectious Diseases". Clinical Infectious Diseases. 52 (5): e103-20. doi:10.1093/cid/ciq257. PMID 21292654.
  7. Lager, Donna J.; Abrahams, Neil (2012). Practical Renal Pathology, A Diagnostic Approach E-Book: A Volume in the Pattern Recognition Series (in ଇଂରାଜୀ). Elsevier Health Sciences. p. 139. ISBN 1455737860. Archived from the original on 2017-11-05.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ